ଯଶସ୍ୱୀ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟଣା, ୫ ମୃତ

ସୁରାଟ,ଏଜେନ୍ସି: ଗୁଜରାଟର ଭରୁଚ ଜିଲ୍ଲାର ଦହେଜ ଇଣ୍ଡଷ୍ଟ୍ରୀଆଲ ଅଞ୍ଚଳରେ ଥିବା ଯଶସ୍ୱୀ କେମିକାଲ ପ୍ରାଇଭେଟ୍ ଲିମିଟେଡରେ ଗତକାଲି ଭୟଙ୍କର ବିସ୍ଫୋରଣ ଘଟିଥିବା ବେଳେ ୪୦ରୁ ଅଧିକ କର୍ମଚାରୀ ଆହତ ହୋଇଥିଲେ। ତେବେ ଏହି ବିସ୍ଫୋରଣରେ ଆହତଙ୍କ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟମାନେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଏକ କୀଟନାଶକ ଫ୍ୟାକ୍ଟ୍ରି ଥିଲା। ନିଆଁ ଲାଗିବା ପରେ ପ୍ରାୟ ୧୫ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ।

ସେମାନଙ୍କ ଚେଷ୍ଟାରେ ଅପରାହ୍ନ ୪ଟା ବେଳକୁ ନିଆଁ ଲିଭିଥିଲା। କିନ୍ତୁ ସେତେବେଳକୁ ୫ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। ସୁରଟ ପୋଲିସ ଏହି ଦୁର୍ଘଟଣାର ତଦନ୍ତ ଜାରି ରହିଛି।