ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପୁଲିସକୁ ଆଜି ବଡ଼ ସଫଳତା ମିଳିଛି। ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼, ମୁରିବାହାଲ ଓ ସଇଁନ୍ତଲା ଅଞ୍ଚଳରେ ମୋଟରସାଇକେଲ ଡିକି ଭାଙ୍ଗି ଟଙ୍କା ଲୁଟ କରୁଥିବା ୫ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ପୁଲିସ ଗିରଫ କରିଛି। ଏଥିସହ ସେମାନେ ଲୁଟରେ ବ୍ୟବହାର କରୁଥିବା ବିଭିନ୍ନ ସରଞ୍ଜାମ, ୨ଟି ମୋଟରସାଇକେଲ , ୧୧ଟି ମୋବାଇଲ ଓ ଟଙ୍କା ସେମାନଙ୍କ ଠାରୁ ଜବତ କରାଯାଇଛି।
