ବି.ଜେ.ଇ.ଏମ୍. ସ୍କୁଲରେ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଟ୍ରାଫିକ୍ ସଚେତନତା ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରାଫିକ୍ ଡି.ସି.ପି, ଆଇ.ପି.ଏସ୍. କୁମାରୀ ସାଗରିକା ନାଥ ଯୋଗଦେଇ ଟ୍ରାଫିକ୍ ନିୟମ କାନୁନ ସମ୍ପର୍କରେ ଅବଗତ କରାଇବା ସହ ନିଜେ ସଚେତନ ନହେଲେ, ନକରାଇଲେ କେଉଁ କେଉଁ ଅସୁବିଧା ହୁଏ ସେ ସମ୍ପର୍କରେ ପିଲାମାନଙ୍କୁ କହିଥିଲେ।

ଅନ୍ୟତମ ଅତିଥି ଭାବେ ଟ୍ରାଫିକ୍ ଏ.ସି.ପି. ଶ୍ରୀଯୁକ୍ତ କିଶୋର କୁମାର ପାଣିଗ୍ରାହୀ ଓ ଶ୍ରୀଯୁକ୍ତ ସ୍ୱସ୍ତିକ ପଣ୍ଡା, ବରଗଡ଼ ଥାନାର ଆଇ.ଆଇ.ସି. ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସ୍ୱାଇଁ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ବିଦ୍ୟାଳୟ ପରିଚାଳନା କମିଟିର ମ୍ୟାନେଜର ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା, ଆଜିର ଛାତ୍ର ସମାଜର ମୁଖ୍ୟସ୍ରୋତ ହୋଇଥିବାରୁ ସେମାନେ ସଚେତନ ହେବା ଦ୍ୱାରା ସମାଜରେ ପରିବ ର୍ନ ହୋଇପାରିବ ବୋଲି ବକ୍ତବ୍ୟ ପ୍ରକାଶ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟ ପକ୍ଷରୁ ଅତିଥିମାନଙ୍କୁ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଦିଗନ୍ତ ପଟ୍ଟନାୟକ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିଲେ।

ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ପର୍ଯ୍ୟବେକ୍ଷକ ଶ୍ରୀମତୀ ଶିବାନୀ ପଟ୍ଟନାୟକ, ଶ୍ରୀଯୁକ୍ତ ବରଦା ପ୍ରସାଦ ପାଇକରାୟ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ଏପରି କାର୍ଯ୍ୟକ୍ରମ ପ୍ରଶଂସନୀୟ ଅଟେ।