ସଇଁନ୍ତଳା,ଏନ୍ଏନ୍ଏସ୍:ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଦେଉଳି ଶିବ ମନ୍ଦିର ନିକଟରେ ୫ଫୁଟର ଏକ ନାଗ ସାପ ସାପଧରାଳି ବିକି ଜି ନାଗ ଉଦ୍ଧାର କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଶିବ ମନ୍ଦିର ପରିସରରେ ଏକ ନାଗ ସାପ ବୁଲୁଥିବା ସ୍ଥାନୀୟ ପୂଜକ ଓ ଲୋକେ ଦେଖିବାକୁ ପାଇଥିଲେ। ପରେ ସାପକୁ ଉଦ୍ଧାର କରିବା ପାଇଁ ଶିସକେଲା ଗ୍ରାମର ବିକି ଜି ନାଗଙ୍କୁ ସଙ୍ଗେ ସଙ୍ଗେ ଖବର ଦିଆଯାଇଥିଲା। ଖବର ପାଇବା ପରେ ବିକି ସଙ୍ଗେ ସଙ୍ଗେ ପହଞ୍ଚି ବିଷଧାରୀ ନାଗ ସାପକୁ ଉଦ୍ଧାର କରିବା ପରେ ଜଙ୍ଗଲରେ ଛାଡ଼ି ଦେଇଥିଲେ। ସେ ଗତ ୨୦୦୫ ମସିହାରୁ ହଜାର ହଜାର ସାପକୁ ଉଦ୍ଧାର କରି ଅନେକ ଲୋକଙ୍କ ଜୀବନ ମଧ୍ୟ ବଞ୍ଚାଇଛନ୍ତି। ସାପ ଚୋଟରେ ଗୁରୁତର ହୋଇଥିବା ୫୪ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ସୁସ୍ଥ ହେବା ପରେ ଘରେ ଛାଡ଼ିଛନ୍ତି।