ବେଆଇନ କାଠ ବ୍ୟବସାୟ ଅଭିଯୋଗରେ ୫ ଅଟକ 

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ କଂସର ସେକ୍ସନ ଅନ୍ତର୍ଗତ ତାଳଡ଼ିହ ଗ୍ରାମରେ ବନ ବିଭାଗ ଚଢ଼ଉ କରି ୨୫୭ ଖଣ୍ଡ କାଠ ପଟା ଜବତ କରିବା ସହ ୫ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ସେମାନେ ହେଲେ ତାଲଡ଼ିହ ଗ୍ରାମର ପୁରୁଷୋତ୍ତମ ମାଝୀ, ଝାରଖଣ୍ଡ ଗିରିଡ଼ିହର ମାକବୁଲ ମିଆଁ, ମାନିରୁଦ୍ଦିନ ଆନସାରୀ, ମହାଫୁଜ ଆନସାରୀ ଓ ଝାରଖଣ୍ଡ ଜାମତାରା ଅଞ୍ଚଳର କାୟୂଷ ଆନସାରୀ।

ମିଳିଥିବା ରିପୋର୍ଟ ମୁତାବକ, ତାଲଡ଼ିହ ଗ୍ରାମରେ ବେଆଇନ କାଠ କାରବାର ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଦେବଗଡ଼ ଫରେଷ୍ଟ ରେଞ୍ଜ ଅଫିସର ଦେବବ୍ରତ ନନ୍ଦ ବିଭାଗୀୟ କର୍ମଚାରୀଙ୍କ ସହ ସଦଳବଳେ ଚଢ଼ଉ କରିଥିଲେ। ସୂଚନା ଆଧାରରେ ଗ୍ରାମର ପୁରୁଷୋତ୍ତମ ମାଝୀଙ୍କ ଘରେ ତଲାସି କରି ୨୫୭ ଖଣ୍ଡ ଶାଳ, ପିଆଶାଳ, ବିଭିନ୍ନ ପ୍ରକାର କାଠ ପଟା ଓ ଚଉକାଠ ଜବତ କରିବା ସହ ବେଆଇନ କାଠ ଜବତ କରିଥିବା ଜଣାପଡ଼ିଛି।