ମାଲକାନଗିରିରୁ ଜଣେ କରୋନା ଯୋଦ୍ଧାଙ୍କ ସମେତ ୫ ଜଣ କରୋନା ରୋଗୀ ଚିହ୍ନଟ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଆଗ ଧାଡ଼ିର କରୋନା ଯୋଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି। ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ଆଜି ମାଲକାନଗିରିରେ ମୋଟ ରେଗୀଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଚିହ୍ନଟ ୫ ଜଣଙ୍କ ମଧ୍ୟରେ କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୨ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ୩ ଜଣ, ଖଇରପୁଟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଓ କାଲିମେଳା ବ୍ଲକର ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି।

ସେମାନଙ୍କ ମଧ୍ୟରୁ ୩ ଜଣ ତାମିଲନାଡୁ ଓ ଜଣେ ତେଲେଙ୍ଗାନା ଫେରନ୍ତା ବୋଲି ଜଣାପଡ଼ିଛି। ସେମାନେ କାହା କାହା ସଂସ୍ପର୍ଶରେ ଆସିଥିଲେ, ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଥ୍ୟ ସଂଗ୍ରହ କରାଯାଉଥିବା ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି।