ପୁଣି ଖୋର୍ଦ୍ଧା ଉପଖଣ୍ଡରୁ ୫ କରୋନା ପଜିଟିଭ ଚିହ୍ନଟ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ବେଳକୁ ବେଳ ଖୋର୍ଦ୍ଧା ଉପଖଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ଶନିବାର ଦିନ ପୁଣି ଖୋର୍ଦ୍ଧାରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରେ ୫ ଜଣ ଖୋର୍ଦ୍ଧା ଉପଖଣ୍ଡରୁ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଆକ୍ରାନ୍ତଙ୍କ ମଧ୍ୟରେ ବାଲୁଗାଁ ନଈରୀର ଜଣେ ୩୫ବର୍ଷୀୟ ମହିଳା ଥିବାବେଳେ ସେ ତାମିଲନାଡୁରୁ ଫେରି ସାନନଈରୀ ଲିଙ୍ଗରାଜ ୟୁ.ପି. ସ୍କୂଲ ଟିଏମସିରେ ଥିଲେ।

ସେହିପରି ବୋଲଗଡ଼ ବ୍ଲକର ୩ ଜଣ ରହିଛନ୍ତି। ତନ୍ମଧ୍ୟରୁ ଜଣେ ୨୪ ବର୍ଷୀୟ ପୁରୁଷ ଗଞ୍ଜାମରୁ ଫେରି ମାନିକଗଡା ଟିଏମସିରେ ଥିଲେ। ଏଥିସହିତ ଘରୋଇ ସଂଗରୋଧରେ ଥିବା ସାନପଦରର ୨ଜଣ ପୁରୁଷ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟ ଜଣେ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କେରଙ୍ଗ ଗ୍ରାମର ୩୫ବର୍ଷୀୟ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେ କେରଙ୍ଗ ହାଇସ୍କୁଲ ଟିଏମସିରେ ଥିଲେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।