୫ ଡକାୟତ ଗିରଫ : ଦେଶୀ ବନ୍ଧୁକ ଓ ଭୁଜାଲି ଜବତ

ଝାରସୁଗୁଡା, ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବ୍ଲାକଡାଇମଣ୍ଡ କଲେଜ ରୋଡ ନିକଟରୁ ୫ ଜଣ ଡକାୟତଙ୍କୁ ବିଟିଏମ ଫାଣ୍ଡି ପୁଲିସ ଶୁକ୍ରବାର ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତମାନେ ମିଶ୍ର ଓରାମ(୨୯), ଶନିଶ୍ୱର ଓରାମ(୨୮), ଲଲିତ ରୋହିଦାସ(୨୦), ସୁବୋଧସାହୁ (୨୨) ଓ ହେମନ୍ତ ମେହେର (୨୪) ବୋଲି ଜଣା ପଡିଛି। ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଭୁଜାଲି ଓ ୩ଟି ଲୁହାରଡ ଜବତ କରାଯାଇଛି ବୋଲି ବିଟିଏମ ଫାଣ୍ଡି ଅଧିକାରୀ ସୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି । ଫେରାର ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାଇ ବ୍ଲାକଡାଇମଣ୍ଡ କଲେଜ ରୋଡ ନିକଟରେ ଡକାୟତି କରିବା ଯୋଜନାରେ ଏକାଠି ହୋଇଥିବା ଦଳେ ଡକାୟତଙ୍କ ବିଷୟରେ ଖବର ପାଇ ବିଟିଏ ପାଣ୍ଡି ପୁଲିସ ଘଟଣାସ୍ଥଳକୁ ପହଂଚି ୫ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୁଲିସ ବୋଲି ସୂଚନା ମିଳିଛି।