ଆଗାମୀ ୩ ବର୍ଷରେ ୪୭୫ ‘ବନ୍ଦେ ଭାରତ ଏକ୍ସପ୍ରେସ’

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ବଡ଼ ସୂଚନା ଦେଇଛନ୍ତି । ରେଳମନ୍ତ୍ରୀ କହିଛନ୍ତି ଯେ, ଗତ ବଜେଟରେ ୪୦୦ ଏବଂ ଏହାପୂର୍ବରୁ ୭୫ ବନ୍ଦେ ଭାରତ ଟ୍ରେନକୁ ମଞ୍ଜୁରୀ ମିଳିଛି । ସେଥିପାଇଁ ୪୭୫ ବନ୍ଦେ ଭାରତ ଏକ୍ସପ୍ରେସକୁ ଆରମ୍ଭ କରିବାର ଲକ୍ଷ୍ୟ ରଖାଯାଇଛି । ଆଗାମୀ ୩ ବର୍ଷରେ ଆମେ ଏହି ଲକ୍ଷ୍ୟକୁ ହାସଲ କରିନେବୁ । ଅଗଷ୍ଟ ୧୫ରେ ୭୫ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିବ । ବନ୍ଦେ ଭାରତ ଏକ୍ସପ୍ରେସର ଗୁଣବତ୍ତା ଭଲ ଥିବାରୁ ଅନେକ ଦେଶ ଏଥିପ୍ରତି ରୁଚି ଦେଖାଇଛନ୍ତି । ଏହା ବିଶ୍ୱସ୍ତରୀୟ ଟ୍ରେନର ଖୁବ୍ ନିକଟତର ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସମୟରେ ରେଳ ଭଡ଼ା ଖୁବ୍ କମ୍ ରହିଛି । ସେମିତିରେ ବି ରେଳସେବା ସମାଜର ମଧ୍ୟମ ଓ ନିମ୍ନମଧ୍ୟମ ବର୍ଗର ଲୋକଙ୍କ ପାଇଁ ହୋଇଥିବାରୁ ଏହା ଏକ ଲାଭଦାୟୀ ସେବା ।