ସେନାକୁ ଦେଇଥିବା ଅପମାନିତ ବୟାନ ପାଇଁ କ୍ଷମା ମାଗିଲେ ରିଚା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରିଚା ଚଢ଼ା ଭାରତୀୟ ସେନାକୁ ନେଇ ଦେଇଥିବା ବିବାଦିତ ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଏଥିସହିତ ଟ୍ୱିଟ ମାଧ୍ୟମରେ ଦେଇଥିବା ବୟାନକୁ ମଧ୍ୟ ଡିଲିଟ କରିଛନ୍ତି ।

ଭାରତୀୟ ସେନାର ଉତ୍ତରୀ କମାଣ୍ଡର ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ପିଓକେକୁ ନେଇ ଏକ ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟକୁ ସେୟାର କରି ରିଚା ତୁଳନାତ୍ମକ ଭାବେ ଗଲୱାନ ସଂଘର୍ଷ କଥା କହିଥିଲେ ।

ରିଚା ତାଙ୍କ କ୍ଷମା ପ୍ରାର୍ଥନା କରିଥିବା ଟ୍ୱିଟରେ ଲେଖିଛନ୍ତି ଯେ, ଯେଉଁ ୩ ଶଦ୍ଦକୁ ନେଇ ବିବାଦ ଉପୁଜିଛି ସେଥିରେ କାହାକୁ ଅପମାନିତ କରିବା ମୋ ଉଦ୍ଦେଶ୍ୟ ନଥିଲା । ଯଦି ଅଜାଣତରେ ମୋ ଶଦ୍ଦ କୌଣସି ଫୌଜୀ ଭାଇକୁ ମର୍ମାହତ କରିଛି ତା’ ହେଲେ ମୁଁ କ୍ଷମା ମାଗୁଛି । ୧୯୬୦ ଦଶକରେ ଭାରତ-ଚୀନ ଯୁଦ୍ଧ ସମୟରେ ମୋ ଅଜା ଲେଫନାଣ୍ଟ କର୍ଣ୍ଣେଲ ରୂପେ ଗୋଡରେ ଗୁଳି ଖାଇଥିଲେ । ମୋ ମାମୁଁ ପାରାଟ୍ରୁପର ଥିଲେ । ଏହା ମୋ ରକ୍ତରେ ଅଛି ।