ବଲାଙ୍ଗିର ଜିଲ୍ଲାରୁ ଆଜି ୪୩୭ କୋଭିଡ ରୋଗୀ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରୁ ଆଜି ପୁଣି ୪୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ଲଗାତାର ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବଲାଙ୍ଗିର ଓ ଟିଟିଲାଗଡ ସହରାଞ୍ଚଳ ତଥା ସଇଁନ୍ତଳା ବ୍ଲକରେ ସଂକ୍ରମଣ ସ୍ଥିତି ଉଦବେଗଜନକ ରହିଛି।

ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୯ ଜଣ, ବଲାଙ୍ଗିର ବ୍ଲକରୁ ୩୪ ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୧୪୧ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୯ ଜଣ, ବେଲପଡା ବ୍ଲକରୁ ୧୬ ଜଣ, ଦେଓଗାଁ ବ୍ଲକରୁ ୧୩ ଜଣ, ଗୁଡଭେଲା ବ୍ଲକରୁ ୪ ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୨୦ ଜଣ, ଖପ୍ରାଖୋଲ ବ୍ଲକରୁ ୧୧ ଜଣ, ଲୋଇସିଂହା ବ୍ଲକରୁ ୪୦ ଜଣ, ମୁରିବାହାଲ ବ୍ଲକରୁ ଜଣେ, ପାଟଣାଗଡ ବ୍ଲକରୁ ୭ ଜଣ, ପାଟଣାଗଡ ସହରାଞ୍ଚଳରୁ ୩ ଜଣ, ପୁଇଁନ୍ତଳା ବ୍ଲକରୁ ୧୦ ଜଣ, ସଇଁନ୍ତଳା ବ୍ଲକରୁ ୫୫ ଜଣ, ଟିଟିଲାଗଡ ବ୍ଲକରୁ ୧୨ ଜଣ, ଟିଟିଲାଗଡ ସହରାଞ୍ଚଳରୁ ୪୬ ଜଣ, ତୁଷୁରାରୁ ୫ ଜଣ ଓ ତୁରେକେଲା ବ୍ଲକରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୫୩୨୨ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୨୫୮୩ ଜଣ ସୁସ୍ଥ ହୋଇଥିବାବେଳେ ୨୭୪୮ ଜଣ ସକ୍ରିୟ ଥିବା ସରକାରୀ ସୂଚନା ରହିଛି।