ରାଜ୍ୟରେ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହେଲେ ୭୬୬୪ ଜଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି କରୋନା ସଂକ୍ରମଣରୁ ୭୬୬୪ ଜଣ ସୁସ୍ଥ ହୋଇଛନ୍ତି। ଦୈନିକ କରୋନା ସଂକ୍ରମଣ ଏବେ ରାଜ୍ୟରେ ଦଶ ହଜାର ଉପରେ ରହୁଥିଲା ବେଳେ ଗତ କାଲି ୮୪୦୧ ଜଣ ସୁସ୍ଥ ହୋଇଥିଲେ। ତେବେ ଆଜିର ସୁସ୍ଥ ସଂଖୟାକୁ ମିସାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୪,୩୯,୩୨୨ ଜଣ ସେଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନାର ସର୍ବାଧିକ ସଂକ୍ରମଣ ମାମାଲା ରାଜଧାନୀରେ ଚିହ୍ନଟ ହେଉଥିବାରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମଣ ମଧ୍ୟ ଚିହ୍ନଟ ହେଉଛନ୍ତି । ତେବେ ଏ ସବୁ ଭିତରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୬୬୪ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟର ମୋଟ ଆରୋଗ୍ୟଙ୍କ ମଧ୍ୟରୁ ୯୬୧ ସହିତ ସର୍ବାଧିକ ସୁସ୍ଥ ତାଲିକାରେ ମଧ୍ୟ ଖୋର୍ଦ୍ଧା ଆଗରେ ଅଛି।

ସେହିପରି ପୁରୀରୁ ୫୧୨, କଟକରୁ ୫୦୯, ସୁନ୍ଦରଗଡ଼ରୁ ୪୭୩, ଅନୁଗୋଳରୁ ୪୬୪, ବଲାଙ୍ଗିରିରୁ ୪୬୧, ଝାରସୁଗୁଡ଼ାରୁ ୪୩୭, ନୂଆପଡାରୁ ୩୫୩, ବରଗଡ଼ରୁ ୩୩୪, ନବରଙ୍ଗପୁରରୁ ୩୩୦, ସମ୍ବଲପୁରରୁ ୩୨୧, ଯାଜପୁରରୁ ୨୯୦, କଳାହାଣ୍ଡିରୁ ୨୮୯, ମୟୁରଭଞ୍ଜରୁ ୨୨୦, ରାୟଗଡାରୁ ୧୯୨, ଗଞ୍ଜାମରୁ ୧୬୧, କେନ୍ଦୁଝରରୁ ୧୫୪, ନୟାଗଡ଼ରୁ ୧୪୦, ସୋନପୁରରୁ ୧୨୨, ଜଗତସିଂହପୁରରୁ ୧୧୪, କୋରାପୁଟରୁ ୯୯, ବାଲେଶ୍ୱରରୁ ୯୭, ଭଦ୍ରକରୁ ୯୧, ଗଜପତିରୁ ୭୮, କେନ୍ଦ୍ରାପଡାରୁ ୭୭, ଦେବଗଡ଼ରୁ ୭୫, କନ୍ଧମାଳରୁ ୪୫, ମାଲକାନଗିରିରୁ ୩୧, ଢେଙ୍କାନାଳରୁ ୨୨ ଓ ବୌଦ୍ଧରୁ ୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।