ଝାରସୁଗୁଡ଼ାରୁ ପୁଣି ୪୬ ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,୫ା୧୦/ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୪୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୧୧ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୮ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୭ଜଣ, କୋଲାବିରା ବ୍ଲକରୁ ୫ଜଣ, ଲଇକେରା ବ୍ଲକରୁ ୨ଜଣ, କିର୍ମିରା ବ୍ଲକରୁ ୩ଜଣ ଓ ବେଲପାହାଡ଼ ପୌରପରିଷଦ ଅଞ୍ଚଳ ଓ ଝାରସୁଗୁଡା ବ୍ଲକରୁ ଜଣେ ଲେଖାଏଁ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ଝାରସୁଗୁଡ଼ାର ଆଉ ୮ଜଣ ବ୍ୟକ୍ତି ଜିଲ୍ଲା ବାହାର ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୯୧୦ରେ ପହଞ୍ଚିଛି। ସେଥିମଧ୍ୟରୁ ୪,୨୭୩ ଜଣ ସୁସ୍ଥ ହୋଇଛନ୍ତି ଓ ୬୩୫ ଜଣଙ୍କ ଚିକିତ୍ସା ଜାରି ରହିଛି।