‘ହେପାଟାଇଟିସ ସି’ ଭାଇରସ ଆବିଷ୍କାର ପାଇଁ ୩ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ‘ହେପାଟାଇଟିସ ସି’ ଭାଇରସ ଆବିଷ୍କାର ପାଇଁ ହାର୍ଭେ ଜେ ଅଲଟର, ମାଇକେଲ ହଟନ ଓ ଚାର୍ଲସ ଏମ. ରାଇସଙ୍କୁ ୨୦୨୦ ବର୍ଷ  ପାଇଁ ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ଦିଆଯିବ। ନୋବେଲ କମିଟି ସେକ୍ରେଟାରୀ ଜେନେରାଲ ଏହି ୩ଜଣଙ୍କ ନାଁ ଘୋଷଣା କରିଛନ୍ତି। ନୋବେଲ ପୁରସ୍କାର ସମିତି ଟ୍ୱିଟ୍ କରି କହିଛିି ଯେ, ‘ରକ୍ତଜନିତ ହେପାଟାଇଟିସ ସମଗ୍ର ବିଶ୍ୱର ଲୋକଙ୍କ ପାଇଁ ସିରୋସିସ ଓ ଯକୃତ କ୍ୟାନ୍ସରର କାରଣ ହୋଇଥାଏ। ହେପାଟାଇଟିସ ବିରୋଧୀ ଲଢ଼େଇରେ ଏହି ୩ଜଣ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।’

ସୂଚନାଯୋଗ୍ୟ, ଏହି ଆୱାର୍ଡ ନୋବେଲ ଫାଉଣ୍ଡେସନ ଦ୍ୱାରା ସ୍ୱିଡେନ ବୈଜ୍ଞାନିକ ଅଲଫ୍ରେଡ ବନାର୍ଡ ନୋବେଲଙ୍କ ସ୍ମୃତିରେ ଦିଆଯାଇଥାଏ।