ବଲାଙ୍ଗିର ଜିଲ୍ଲାରେ କରୋନାର ଉଗ୍ର ରୂପ, ଆଜି ୪୫୭ ଚିହ୍ନଟ , ବଲାଙ୍ଗିର ସହରରୁ ୨୨୮

ବଲାଙ୍ଗିର,ଏନ୍ଏନ୍‌ଏସ୍‌ : ବଲାଙ୍ଗିର ଜିଲ୍ଲାରେ ଆଜି ସଂକ୍ରମଣ ଉଗ୍ର ରୂପ ଧରିଛି । ଆଜି ଦିନକରେ ଜିଲ୍ଲାରୁ ୪୫୭ ଜଣ ସଂକ୍ରମିତ ହୋଇଥିବା ବେଳେ କେବଳ ବଲାଙ୍ଗିର ସହର ରୁ ୨୨୮ ଜଣ ଚିହ୍ନଟ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁସାରେ ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୫, ୧୦ରୁ ୮, ୧୧ରୁ ୭, ୧୪ରୁ ୫, ୧୫ରୁ ୨୯, ୧୬ରୁ ୧, ୧୮ରୁ ୩୦, ୧୯ରୁ ୧୨, ୨ରୁ ୨୬, ୨୦ରୁ ୨୩, ୨୧ରୁ ୮, ୩ରୁ ୬, ୪ରୁ ୪, ୫ରୁ ୨୬, ୬ରୁ ୧୪, ୭ରୁ ୨୦ ଓ ୮ରୁ ୪ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ବଲାଙ୍ଗିର ବ୍ଲକର ଚୁଡ଼ାପାଲି ଗ୍ରା.ପ.ରୁ ୨୧ ଜଣ ଓ ଚୁଡାପାଲି ବ୍ଲକ୍‌ରେ ସର୍ବମୋଟ ୪୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆଗଲପୁର ବ୍ଲକରୁ ୧୦ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ ଜଣ, ବେଲପଡ଼ା ବ୍ଲକରୁ ୨୩ ଜଣ, ଦେଓଗାଁ ବ୍ଲକରୁ ୯ ଜଣ, ଗୁଡ଼ଭେଲା ବ୍ଲକରୁ ୨ ଜଣ, କଂଟାବାଂଜି ଏନ୍‌ଏସି ଅଂଚଳରୁ ୪୨ ଜଣ, ଖପ୍ରାଖୋଲ ବ୍ଳକରୁ ୫ ଜଣ, ଲୋଇସିଂହା ବ୍ଲକରୁ ୨୦ ଜଣ, ପାଟଣାଗଡ଼ ବ୍ଲକରୁ ୨୧ ଜଣ, ପାଟଣାଗଡ଼ ଏନ୍‌ଏସିରୁ ୧୩ ଜଣ, ପୁଇଁନ୍ତଲା ବ୍ଲକରୁ ୯ ଜଣ, ସଇଁନ୍ତଲା ବ୍ଲକରୁ ୨୧ ଜଣ ଓ ତୁରେକେଲା ବ୍ଲକରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
ଏଯାଏଁ ଜିଲ୍ଲାରେ ୧୨୦୩୮ ଜଣ ସଂକ୍ରମିତ ହୋଇଥିବା ବେଳେ ୯୮୬୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ୨୧୨୬ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ସରକାରୀ ସୂଚନାରେ କୁହାଯାଇଛି ।