ପଦ୍ମ ବିଭୂଷଣ ମନୋଜ ଦାସଙ୍କ ପରଲୋକ

ଭୁବନେଶ୍ୱର, ଏନଏନଏସ: ବିଶିଷ୍ଟ ସାହିତ୍ୟିକ, ଔପନାସିକ, ସମ୍ଭକାର ତଥା ପଦ୍ମ ବିଭୂଷଣ ମନୋଜ ଦାସଙ୍କ ଆଜି ପରଲୋକ ହୋଇଯାଇଛି।  ଶ୍ରୀ ଦାସଙ୍କ ଆଜି ୮୭ ବର୍ଷ ବୟସରେ  ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।

ଶ୍ରୀ ଦାସ ୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ବାଲେଶ୍ବର ଜିଲ୍ଲା ଶଙ୍ଖାରୀ ଗାଁରେ ଜନ୍ମ ଗ୍ରହଣ କରିଥିଲେ ମନୋଜ । ମନୋଜ ଦାସ ଏକାଧାରାରେ ଜଣେ ସାହିତ୍ୟିତ, ସମ୍ପାଦକ ଏବଂ ସ୍ତମ୍ଭକାର । ଓଡିଆ ସାହିତ୍ୟ ତଥା ଭାରତ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ । ସାହିତ୍ୟ ପ୍ରତି ଏକାଗ୍ରତା, ଭଲପାଇବା ଏବଂ ଅବଦାନ ପାଇଁ ୨୦୦୧ ମସିହାରେ ପଦ୍ମଶ୍ରୀ ଏବଂ ୨୦୨୦ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଏହା ବାଦ ସାହିତ୍ୟ ଏକାଡେମୀ ଏବଂ ସରସ୍ବତୀ ସମ୍ମାନରେ ସମ୍ମାନୀତ ହୋଇସାରିଛନ୍ତି । ଅନେକ କାଳଜୟୀ ଉପନ୍ୟାସର ସ୍ରଷ୍ଟା ହେଉଛନ୍ତି ସାହିତ୍ୟିକ ମନୋଜ ଦାସ ।