ଆମ୍ବୁଲାନ୍ସ ବସ୍ ଯୋଗେ ଓଡିଶା ଫେରୁଛନ୍ତି ବିଜୟ ମହାନ୍ତି ରାଜ୍ୟ By Nitidin On Jun 13, 2020 Share ଭୁବନେଶ୍ବର,ଏନ୍ଏନ୍ଏସ୍: ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆଜି ହାଇଦ୍ରାବାଦରୁ ଆମ୍ବୁଲାନ୍ସ ବସ୍ ଯୋଗେ ଓଡିଶା ଫେରୁଛନ୍ତି। ସେ ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯିବ ବୋଲି ଜଣାଯାଇଛି। https://nitidin.com/wp-content/uploads/2020/06/WhatsApp-Video-2020-06-13-at-1.51.54-PM.mp4 ସୂଚନା ଅନୁସାରେ ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଥିଲା। ବିଜୟଙ୍କ ଫେରିବା ପାଇଁ ଏକ ଆମ୍ବୁଲାନ୍ସ ବସ୍ର ବ୍ୟବସ୍ଥା କରାଯାଇଛି। ସେଥିରେ ଡାକ୍ତର, ନର୍ସ ଓ ଆଇସିୟୁ ବ୍ୟବସ୍ଥା ସହ ତାଙ୍କ ପରିବାର ଫେରିବେ। କେୟାର ହସ୍ପିଟାଲ,ଭୁବନେଶ୍ବର ପକ୍ଷରୁ ଆମ୍ବୁଲାନସ୍ ବସ୍ର ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି। Share