ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଗତ ୨୪ ଘଣ୍ଟାରେ ଆଉ ୪୪,୩୭୬ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦେଶରେ ୯୨ ଲକ୍ଷ ଅତିକ୍ରମ କରିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏହି ମଧ୍ୟରେ କରୋନାରେ ଆଉ ୪୮୧ ଜଣ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଦ୍ୱାରା ୯୨,୨୨,୨୧୭ ଲୋକ ସଂକ୍ରମିତ ହୋଇଛନ୍ତି।
ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟାରେ ୩୭,୮୧୬ ରୋଗୀ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୮୬,୪୨,୭୭୧ କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ବର୍ତ୍ତମାନ ୪,୪୪,୭୪୬ଟି ସକ୍ରିୟ ମାମଲା ସଂଖ୍ୟା ରହିଛି। ଏଥି ସହିତ, କୋଭିଡ -୧୯ କାରଣରୁ ଜୀବନ ହରାଇଥିବା ରୋଗୀଙ୍କ ସଂଖ୍ୟା ୧,୩୪,୬୯୯ରେ ପହଞ୍ଚିଛି।