ସଡକରେ ଗଡିଲା ଦେଶର ପ୍ରଥମ ଟ୍ରାମ ଲାଇବ୍ରେରୀ

କୋଲକାତା,ଏନ୍ଏନ୍ଏସ୍: ଆଜି କୋଲକାତାର ସଡକ ଉପରେ ଦେଶର ପ୍ରଥମ ଟ୍ରାମ ଲାଇବ୍ରେରୀ ଗଡ଼ିଛି। ପଶ୍ଚମବଙ୍ଗ ପରିବହନ ବିଭାଗ ଏହାକୁ ପରିଚାଳନା କରୁଛି। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏହି ଟ୍ରାମ ଲାଇବ୍ରେରୀରେ ବିଭିନ୍ନ ଖବରକାଗଜ, ପତ୍ରିକା ଓ ପୁସ୍ତକମାନ ରଖାଯାଇଛି। ଟ୍ରାମ ଲାଇବ୍ରେରୀଟି ଦୈନିକ ଶ୍ୟାମ ବଜାରରୁ ବାହାରି ଏସପ୍ଲାନେଡ ଅଭିମୁଖେ ଯାଇଥାଏ।। ଏହି ରାସ୍ତାରେ ୩୦ ଟି ଶିକ୍ଷାନୁଷ୍ଠାନ ପଡେ। ଟ୍ରାମ ଲାଇବ୍ରେରୀ ଭିତରେ ଇ-ପୁସ୍ତକ ପଢିବା ପାଇଁ ମାଗଣା ଓ୍ୱାଇ-ଫାଇର ମଧ୍ୟ ବ୍ୟବସ୍ଥା ରହିଛି।