ହସ୍ପିଟାଲ ପରିସରରେ ହାତୀ ପଲ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ଗତକାଲି ହାତୀ ପଲ ପସିଆସିଥିବା ଜଣାପଡ଼ିଛି। ହସ୍ପିଟାଲର ପାଚେରି ଭାଙ୍ଗି କ୍ୟାମ୍ପସରେ ଥିବା କାଜୁ ଜଙ୍ଗଲକୁ ୧୮ଟି ହାତୀ ପସି ଆସିଛନ୍ତି। ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ହାତୀ ଘଉଡାଇବା କାର୍ଯ୍ୟ ଜାରି ରଖିଛନ୍ତି। ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ଥିବାରୁ ଅଘଟଣ ଆଶଙ୍କା କରି ଘଟଣାସ୍ଥଳରେ ସେସୁ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ବନ ବିଭାଗ କର୍ମଚାରୀ ହାତୀଙ୍କୁ ଘଉଡାଇବା ପାଇଁ ବାଣ ମାରୁଛନ୍ତି।

ଏହା ପୂର୍ବରୁ ମଧ୍ୟ ହସ୍ପିଟାଲ ପରିସରକୁ ୨ଟି ହାତୀ ପସି ଆସିଥିଲେ। ଫଳରେ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ଠାରେ ଆତଙ୍କ ଖେଳିଯାଇଛି।