ଭାରତରେ ଗଡ଼ିବ ଆଉ ୪୪ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ

ନୂଆଦିଲ୍ଲୀ,ଏଜେନ୍ସି: ବନ୍ଦେ ଭାରତ ଟ୍ରେନକୁ ନେଇ ରେଳବାଇ ତରଫରୁ ଆଉ ଏକ ଘୋଷଣା ହୋଇଛି। ତେବେ ଯାତ୍ରାକୁ ଅଧିକ ବିଳାସମୟ ଓ ସୁଗମ କରିବାକୁ ଭାରତୀୟ ରେଳ ମନ୍ତ୍ରାଳୟ ବନ୍ଦେ ଭାରତ ଟ୍ରେନ ସଂଖ୍ୟା ବଢ଼ାଇବାକୁ ଯାଉଛି। ଏଥିରେ ବର୍ଷ ୨୦୨୨ ସୁଦ୍ଧା ଦେଶରେ ଆଉ ୪୪ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗଡ଼ିବ ବୋଲି କୁହାଯାଇଛି।

ଏହି ଟ୍ରେନର ନିର୍ମାଣ ୩ଟି କାରଖାନା(କପୁରଥଲା ସ୍ଥିତ ରେଳ କୋଚ କାରଖାନା, ରାୟବରେଲି ସ୍ଥିତ ମର୍ଡେନ କୋଚ କାରଖାନା ଓ ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟ୍ରି)ରେ କରାଯିବ। ସେହିପରି ଆସନ୍ତା ବର୍ଷ ମଧ୍ୟରେ ଏହି ଟ୍ରେନ ନେଟୱାର୍କ ବଢ଼ିବ। ସୂଚନାଯୋଗ୍ୟ ଯେ ଗତ ବର୍ଷ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ସେବା ଦିଲ୍ଲୀରୁ ବାରଣାସୀ ମଧ୍ୟରେ ଚାଲୁଛି। ଭାରତୀୟ ରେଳବାଇ ଏହି ସେବାକୁ ସମଗ୍ର ଭାରତରେ ସଂପ୍ରସାରଣ କରିବାକୁ ଚାହୁଁଛି। ଏନେଇ ଭାରତୀୟ ରେଳବାଇ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ ମଙ୍ଗଳବାର ଏହି ଘୋଷଣା କରିଛନ୍ତି।