ୟୁକ୍ରେନ- ରୁଷ ଯୁଦ୍ଧରେ ୪ ହଜାର ୩୦୦ ଋଷ ସୈନ୍ୟଙ୍କ ମୃତ୍ୟୁ, ୨୦୦ରୁ ଅଧିକଙ୍କୁ ଜେଲରେ: ୟୁକ୍ରେନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ- ରୁଷ ଯୁଦ୍ଧରେ ୪ ହଜାର ୩୦୦ ଋଷ ସୈନ୍ୟଙ୍କ ମୃତ୍ୟୁ। ୨୦୦ରୁ ଅଧିକଙ୍କୁ ଜେଲରେ ରଖାଯାଇଛି। ୧୫୦ ଟ୍ୟାଙ୍କ , ୭୦୦ ସଶସ୍ତ୍ର ବାହନ, ୬୦ ତେଲ ଟ୍ୟାଙ୍କ, ୨୬ ହେଲିକପ୍ଟର ନଷ୍ଟ କରିଛି ୟୁକ୍ରେନ। ଏ ନେଇ ସୂଚନା ଦେଲେ ଜାତିସଂଘରେ ୟୁକ୍ରେନ ରାଷ୍ଟ୍ରଦୂତ। ୟୁକ୍ରେନ ଏକ ୱେବସାଇଟ କରି ମୃତ ସୈନିକଙ୍କ ତଥ୍ୟ ଜାରି କରିଛି।

କିନ୍ତୁ ଋଷ ଏହି ୱେବସାଇଟକୁ ବ୍ଲକ କରିଛି। ମୃତ ସୈନ୍ୟକଙ୍କ ପରିବାରକୁ ଅନ୍ଧାରରେ ରଖୁଛି ମସ୍କୋ। ତେଣୁ ସୈନିକଙ୍କ ସମ୍ପର୍କୀୟଙ୍କ ପାଇଁ ଫୋନ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଜାରି ହେବାର ୧ଘଣ୍ଟା ମଧ୍ୟରେ ପ୍ରାୟ ୧୦୦ଟି ଫୋନ କଲ ଋଷିଆ ମା’ମାନଙ୍କ ଆସିଲାଣି।