ଇଉରୋପ ଆକାଶରେ ଉଡିବନି ଋଷ ବିମାନ, ଲାଗିଲା କଟକଣା

ବେଲଜିୟମ,ଏଜେନ୍ସି: ଇଉରୋପ ଆକାଶରେ ଆଉ ଉଡିପାରିବ ନାହିଁ ଋଷ ବିମାନ। ଋଷ ଉପରେ ଏଭଳି କଟକଣା ଲଗାଇଲା ଇଉରୋପୀୟ ସଂଘ। ଏନେଇ ଇଉରୋପୀୟ କମିଶନ ପ୍ରେସିଡେଣ୍ଟ ଉର୍ସୁଲା ଭନ୍ ଡେର୍ ଲେନ୍ ଘୋଷଣା କରିଛନ୍ତି। ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ନିନ୍ଦା କରି ସଂଘ ଏପରି ନିଷ୍ପତ୍ତି ନେଇଛି।

ଇଉରୋପୀୟ କମିଶନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଋଷର ସମସ୍ତ ବିମାନ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇଛୁ। ଋଷର ପ୍ରତ୍ୟେକ ବିମାନ ପାଇଁ ଇଉରୋପର ବାୟୁମାର୍ଗ ବନ୍ଦ ରହିବ। ଏଥିରେ ଅଲିଗ୍ରାଚରକୁ ଉଡୁଥିବା ବ୍ୟକ୍ତିଗତ ଜେଟ ମଧ୍ୟ ଅନ୍ତର୍ଭୁକ୍ତ ରହିବ।

ଏହାପୂର୍ବରୁ ରବିବାର ଦିନ ଫ୍ରାନ୍ସ ମଧ୍ୟ କହିଛି ଯେ ଋଷର ବିମାନ ଏବଂ ପଞ୍ଜୀକୃତ ବ୍ୟକ୍ତିଗତ ବିମାନ ପାଇଁ ଫ୍ରାନ୍ସର ବାୟୁମାର୍ଗ ବନ୍ଦ ରହିବ। ଫ୍ରାନ୍ସର ବିମାନ କମ୍ପାନୀ ଏହାର ଓ୍ବେବସାଇଟରେ ଋଷ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିବା ନେଇ ଘୋଷଣା କରିଛି।

ଏୟାରଲାଇନ୍ସ ଆହୁରି ମଧ୍ୟ କହିଛି ଯେ ଫ୍ରାନ୍ସ ଏବଂ ଚୀନ୍, ଦକ୍ଷିଣ କୋରିଆ ଏବଂ ଜାପାନ ମଧ୍ୟରେ ବିମାନ ମଧ୍ୟ ସାମୟିକ ଭାବେ ସ୍ଥଗିତ ରଖାଯିବ ଯାହା ଫଳରେ ଋଷିଆର ବିମାନ ଉଡାଣ ବନ୍ଦ କରିବାକୁ ସକ୍ଷମ ହେବ। ଏଥିସହ ୟୁକ୍ରେନ ରାଜଧାନୀ କିଭକୁ ବିମାନ ଚଳାଚଳ ସ୍ଥଗିତ ରହିଛି।