କୋରାପୁଟରୁ ୪୩ କରୋନା ପଜିଟିଭ୍ ଚିହ୍ନଟ : ସଂଖ୍ୟା ୬,୪୪୧କୁ ବୃଦ୍ଧି

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ୪୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୪୪୧ରେ ପହଞ୍ଚିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟ ପୌରାଞ୍ଚଳରୁ ୭, ଜୟପୁର ପୌରାଞ୍ଚଳରୁ ୬, ବୋରିଗୁମ୍ମାରୁ ୫, ସୁନାବେଡ଼ା ପୌରାଞ୍ଚଳରୁ ୪, ଲକ୍ଷ୍ମୀପୁର, ଦଶମନ୍ତପୁର, ଜୟପୁର, ନନ୍ଦପୁର, କୋରାପୁଟ ବ୍ଲକ ଓ କୋଟପାଡ଼ ଏନଏସରୁ ୩ ଲେଖାଏଁ, ସେମିଲିଗୁଡ଼ା, ବୈପାରିଗୁଡ଼ା ଓ କୁନ୍ଦୁରା ବ୍ଲକରୁ ଜଣେ ଲେଖାଏଁ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଟିଏମସି କେନ୍ଦ୍ରରୁ ୫ଜଣ, ହୋମ୍ କ୍ୱାରେଣ୍ଟାଇନରୁ ୧୦ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୨୬ଜଣ ରହିଥିବା ଜଣାପଡ଼ିଛି।