ବଲାଙ୍ଗିରରୁ ୪୩ କରୋନା ଆକ୍ରାନ୍ତ ଚିହ୍ନଟ: କୋଭିଡ ଯୋଦ୍ଧା ସାମିଲ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ୪୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ବଲାଙ୍ଗିର ପୌରାଞ୍ଚଳରୁ ୨୨ ଜଣ ଆକ୍ରାନ୍ତ ରହିଥିବା ବେଳେ ଜଣେ ପୁରୁଷ ଓ ୨ଜଣ ମହିଳା କୋଭିଡ ଯୋଦ୍ଧା ମଧ୍ୟ ସାମିଲ ଅଛନ୍ତି । ତେବେ ଗ୍ରାମାଞ୍ଚଳର ଆଗଲପୁରରୁ ୫, ମାଧିଆପାଲିରୁ ୨, ପୁଇଁନ୍ତଲା ବ୍ଲକ୍ ତଣ୍ଡାମୁଣ୍ଡାର, ଲୁକାପଡ଼ା ଓ ପାଟଣାଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୧ରେ ପହଂଚିଛି। ସେଥିମଧ୍ୟରୁ ୩୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨୩୨ଜଣ ଚିକିତ୍ସିତ ହେଉଛନ୍ତି।