୪୦୭ ଭ୍ୟାନ୍ ଓ ଅଟୋ ମୁହାଁମୁହିିଁ ଧକ୍କା, ଜଣେ ମୃତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଳାର ଚିଡ଼ିପାଲ୍ଲୀ ଗ୍ରାମ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଗୋରାଖୁଣ୍ଟା ପଞ୍ଚାୟତର ଏମପିଭି-୨୧ ଗ୍ରାମର ଗୁରୁ ମିସ୍ତ୍ରୀ ଏକ ୪୦୭ ଭ୍ୟାନରେ ଧାନ ନେଇ ଏମଭି-୪୭ ଗ୍ରାମରୁ ପିଟାଗାଟା ଗ୍ରାମକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଅଟୋର ଗୋଟିଏ ପାଶ୍ୱର୍ରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

ଏହି ସମୟରେ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ ଚିଡ଼ିପାଲ୍ଲୀ ଗ୍ରାମର ମୁକା କବାସୀ(୩୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅଟୋ ଡ୍ରାଇଭର ସୁବ୍ରତ ଭକ୍ତ, ଚିଡ଼ିପାଲ୍ଲୀ ଗ୍ରାମର ରାମେ ମାଡ଼ି(୩୨), ପିଟାଗାଟା ଗ୍ରାମର ସଭ୍ୟ ଛାତ୍ରୟ(୨୧) ଓ ସନ୍ତୋଷୀ ସୁନାନୀ(୧୬) ଗୁରୁତ୍ୱର ଆହତ ହୋଇଥିଲେ। ପରେ ସେଠାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ସଦର ମହକୁମାରେ ଭର୍ତ୍ତି କରିଛନ୍ତି। ସେହିପରି ମାଲକାନଗିରି ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏକ ମାମଲା ରୁଜୁ କରିଛି।