ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ବିୟୋଗରେ ବିଜେପିର ଶୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି, ପୂର୍ବତନ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିଛନ୍ତି।।

ସ୍ୱର୍ଗତଃ ରଥ ଜଣେ ସମାଜସେବୀ ଏବଂ ଦକ୍ଷ ସଂଗଠକ ଭାବେ ବେଶ ଜଣାଶୁଣା ଥିଲୋ ସେ ୨ ଥର ହାଇକୋର୍ଟ ବାର କାଉନସିଲ ସଭାପତି ଭାବେ ନିର୍ବାଚିତ ହୋଇଥିଲୋ ରାଜନୀତି କ୍ଷେତ୍ରରେ ମଧ୍ୟ ସେ ବହୁତ ସକ୍ରିୟ ଥିଲେ। ବ୍ରହ୍ମପୁର ଲୋକସଭା ଆସନରୁ ସେ ବିଜେପି ସାଂସଦ ଭାବେ ନିର୍ବାଚନ ଲଢିଥିଲୋ ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲ।। ତାଙ୍କ ବିୟୋଗରେ ତାଙ୍କ ଜନ୍ମସ୍ଥାନ କଟକ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛିା ସ୍ୱର୍ଗତଃ ରଥଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଶୋକସନ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଆଜି ରାଜ୍ୟ ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ସମୀର ଦେ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର, ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ ସ୍ୱର୍ଗତଃ ରଥଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲୋ