ପାଟଣାଗଡ଼ରେ ୨ ଦିନରେ ଅମାନିଆ ଗଣିଲେଣି ୪୦ହଜାର ଟଙ୍କା

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ସହରର ବିଭିନ୍ନ ସ୍ଥାନରେ ଲକଡାଉନକୁ ଦୃଷ୍ଟିରେ ରଖି ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପ୍ରଧାନଙ୍କ ନେତୃତ୍ୱରେ କଡ଼ା କଡ଼ି ଭାବେ ଯାଞ୍ଚ କରାଯାଉଛି। ଆଉ ଗତ ୨ଦିନ ମଧ୍ୟରେ ଅମାନିଆଙ୍କଠାରୁ ୪୦ ହଜାର ଟଙ୍କା ଜୋରିମାନ ଆଦାୟ କରାଯାଇଥିବା ଜଣାଯାଇଛି। କିଛି ଯୁବକ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ନଥିବା ସତ୍ୱେ ବାହାରକୁ ବାହାରିବା ସହ ମୁହଁରେ ମାସ୍କ କିମ୍ବା ହେଲମେଟ ପିନ୍ଧୁ ନଥିବରୁ ସୋମନଙ୍କଠାରୁ ଜୋରିମାନା ଆଦାୟ କରାଯାଇଥିବା ଥାନାଅଧିକାରୀ କହିଛନ୍ତି। ଦିନକୁଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଅମାନିଆଙ୍କ ବିରୁଦ୍ଧରେ ଆଗକୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ଜ୍ୟୋତିମୟ ଭୁକ୍ତା କହିଛନ୍ତି। ଯାଞ୍ଚ ସମୟରେଞ୍ଚପୁଲିସ ତରଫରୁ ଥାନାର ସେକେଣ୍ଡ ଅଫିସର ବିଦେଶୀ ପ୍ରଧାନ, ଜୟନ୍ତ ପାଢ଼ୀଙ୍କ ସହ ବହୁ ପୁଲିସ କର୍ମଚାରୀ ଉପସ୍ଥିତ ରହୁଛନ୍ତି।