ଜେଲରେ କଏଦୀ ସଂଖ୍ୟା କମାଇବାକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜେଲରେ କରୋନା ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ବଡ଼ ସଂଖ୍ୟାରେ କଏଦୀଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ସବୁ ରାଜ୍ୟରେ ଗଠିତ ହୋଇଥିବା ହାଇ ପାୱାର୍ଡ କମିଟି ଗତ ବର୍ଷ ଜାରି ହୋଇଥିବା ନିର୍ଦ୍ଦେଶ ମୁତାବିକ କଏଦୀଙ୍କୁ ଛାଡ଼ିିବାକୁ ନେଇ ପଦକ୍ଷେପ ନିଅନ୍ତୁ। ଗତବର୍ଷ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କଏଦୀଙ୍କୁ ଅତିରିକ୍ତ ଜାମିନରେ ଛଡ଼ା ଯାଇଥିଲା। ଛଡ଼ା ଯାଇଥିବା ସମସ୍ତ କଏଦୀ ଜେଲକୁ ଫେରି ସାରିଲେଣି। ଗତକାଲି ମୁଖ୍ୟ ବିଚାରପତି ଏନ ବୀ ରମନ୍ନାଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ରଖାଯାଇଥିଲା। ଆଉ ଆଜି ଏହାର ଆଦେଶ ଆସିଛି।

ଆଜି ସୁପ୍ରିମକୋର୍ଟ ନିଜ ୱେବସାଇଟରେ ଏହି ଆଦେଶ ଅପଲୋଡ କରିଛନ୍ତି। ହାଇ ପାୱାର୍ଡ କମିଟି ଗତ ବର୍ଷ ଜାରି ହୋଇଥିବା ନିର୍ଦ୍ଦେଶକୁ ଚଳିତ ବର୍ଷ ମଧ୍ୟ ପାଳନ କରନ୍ତୁ ବୋଲି ଏଥିରେ ଦର୍ଶାଯାଇଛି। ଯେଉଁ କଏଦୀଙ୍କୁ ଗତବର୍ଷ ଛଡ଼ା ଯାଇଥିଲା ସେମାନଙ୍କୁ ଏବର୍ଷ ମଧ୍ୟ ୯୦ ଦିନ ପାଇଁ ଛଡ଼ାଯାଉ। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି କେବଳ ଅତ୍ୟନ୍ତ ଜରୁରୀ ମାମଲାରେ ଗିରଫ କରାଯାଉ।