କନ୍ଧମାଳ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଲିସକୁ ବଡ଼ ସଫଳତା। ୪୦ କେଜି ଗଞ୍ଜେଇ ଜବତ ସହିତ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ପୁଲିସ ଫିରିଙ୍ଗିଆ ବ୍ଲକ୍ ଅଞ୍ଚଳର ମାଲା ପଟରୁ ଭୁବନେଶ୍ୱରକୁ ଚାଲାଣ ହେଉଥିବା ଏକ ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରିଛି। ଏହି ଚଢ଼ଉ ବେଳେ କାରରୁ ଦୁଇଟି ବସ୍ତାରେ ୪୦ କିଗ୍ରା ୪ ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।
ଏହାସହିତ ସେହି କାରକୁ ଜବତ କରି ଚାଲାଣ କାର୍ଯ୍ୟରେ ଲିପ୍ତ ଥିବା ୨ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅଞ୍ଚଳର ମାଝିପଡା ଘାଟିରେ ପୁଲିସ ଏକ ମାରୁତି କାର (ଓଆର-୦୨-ଏଏକ୍ସ-୪୨୫୮) କାରକୁ ତଲାସି କରିଥିଲା।
ପୁଲିସ କାର ଓ ଗଞ୍ଜେଇ ଜବତ କରିବା ସହିତ ଫିରିଙ୍ଗିଆ ଅଞ୍ଚଳର ସାନୁଜ କହଁର(୨୫) ଏବଂ ପବିଙ୍ଗିଅର କୁବେର ଦିଗାଲ(୫୪)କୁ ଗିରଫ କରିବା ସହିତ ଏହି ସଂକ୍ରାନ୍ତରେ ଏକ ମାମଲା ୪୮/୨୧ ରୁଜୁ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ନେଇ ଫିରିଙ୍ଗିଆ ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓଙ୍କ ସୂତ୍ରରୁ ଜଣାପଡିଛି।