୩ ଚୋରି ମାମଲାରେ ୪ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଥାନାଞ୍ଚଳରେ ଲଗାତାର କିଛି ଦିନ ଧରି ଚୋରି ସଂଖ୍ୟାରେ ବୃଦ୍ଧି ଘଟିଥିବା ବେଳେ ଚୋର ପୁଲିସ ପାଇଁ ମୁଣ୍ଡାବିନ୍ଧା ସାଜିଥିଲା। ତେବେ ବିଭିନ୍ନ ଚୋରି ମାମଲାରେ ସମ୍ପୃକ୍ତ ଚୋରଙ୍କୁ ପୁଲିସ ଶେଷରେ ଧରିବାରେ ସଫଳ ହୋଇଛି। ଚୋରି ମାମଲାରେ ଗିରଫ ଅଭିଯୁକ୍ତ ମାନେ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ର ଅମ୍ବର ସ୍ୱାଇଁ ଓ ସୁକାନ୍ତ ପ୍ରଧାନ, ମୋହିନୀପୁରଗ୍ରାମର ମୁକେଶ କୁଁଅର ଓ ପାଞ୍ଚଗୋଛିଆର ଗଣେଷ କୁମୁରା। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି।