ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ନିକଟବର୍ତ୍ତୀ ମଙ୍ଗୁମଠ ଭଙ୍ଗା ପ୍ରତିବାଦରେ ଗୁରୁବାର ୪ ଜଣ ଶିଖ୍ ଧର୍ମାବଲମ୍ବୀ ମଠ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସିଂହଦ୍ୱାର ଥାନା ପୁଲିସ ସେମାନଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଥାନାରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛନ୍ତି।
ସୂଚନା ଅନୁସାରେ ଶିଖ୍ ଧର୍ମ ଓ ଐତିହ୍ୟ ସହ ମଙ୍ଗୁମଠ ଅଙ୍ଗାଙ୍ଗି ଭାବେ ଜଡ଼ିତ। ଚଳିତ ବର୍ଷ ଗୁରୁନାନକଙ୍କ ୫୫୦ତମ ଜୟନ୍ତୀ ପାଳନ କରାଯାଉଛି। ଅନ୍ୟପଟେ ଆଜି ଗୁରୁ ଗୋବିନ୍ଦ ସିଂହଙ୍କ ଜୟନ୍ତୀ ଅବସରରେ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଥିବା ମଙ୍ଗୁମଠ ଛାତ ଉପରେ ଚଢି ୪ ଜଣ ଶିଖ୍ ଧର୍ମାବଲମ୍ବୀ ପତାକା ଓ ଖଣ୍ଡା ରଖିବା ସହ ଗୁରୁ ନାନକଙ୍କ ବାଣୀ ପାଠ କରିଥିଲେ। ଖବର ପାଇବା ପରେ ପୁଲିସ ସେଠାରେ ପହଞ୍ଚି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରି ନେଇଥିଲା। ଏହାପରେ ଅନ୍ୟମାନେ ଉତ୍ୟକ୍ତ ହୋଇପଡ଼ିଥିଲେ ଏବଂ ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା ଧମକ ଦେଇଥିଲେ।