ପାଟଣାରେ କଳା ପଲସର ଆତଙ୍କ, ବାଇକ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝରରେ କଳା ପଲସର ଆତଙ୍କ ଦେଖିବାକୁ ମିଳିଛି। ମିଳିଥିବା ରିପୋର୍ଟ ମୁତାବକ, ଭକ୍ତ ବନ୍ଧୁ ମହାନ୍ତ ନାମକ ଜଣେ ବ୍ୟକ୍ତି ବ୍ୟାଙ୍କ ଅଫ ଇଣ୍ଡିଆରୁ ୪ ଲକ୍ଷ ଟଙ୍କା ଉଠାଇ ତହସିଲ ସମ୍ମୁଖରେ ଗାଡ଼ି ରଖିଥିଲେ। ଏହି ସମୟରେ ୨ଜଣ ଦୁର୍ବୁତ୍ତ କଳା ରଙ୍ଗର ପଲସରରେ ଆସି ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟେରାଙ୍କୁ ଧରିବା ପାଇଁ ପାଟଣା ପୁଲିସ ବିଭିନ୍ନ ଜାଗାରେ ଛାନଭିନ୍ ଜାରି ରଖିଛି।