ଶ୍ରୀନଗର:ଜମ୍ମୁ-କଶ୍ମୀରର କଠୁଆରେ ଭାରତୀୟ ସେନାର ଏକ ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉକ୍ତ ହେଲିକେପ୍ଟରରେ ୩ଜଣ ଥିବାବେଳେ ୨ଜଣ ପାଇଲଟ ସୁରକ୍ଷିତ ଅଛନ୍ତି।
ସୂଚନାଯୋଗ୍ୟ, ସେନାର ଏହି ହେଲିକେପ୍ଟରଟି ପଞ୍ଜାବର ପଠାନକୋଟରୁ ଉଡ଼ାଣ ଭରିଥିଲା। ଏହାର ପାଖାପାଖି ୧ ଘଣ୍ଟା ପରେ ହେଲିକେପ୍ଟରଟି ରଣଜୀତ ସାଗର ବନ୍ଧ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଥିଲା। ଏହି ବନ୍ଧଟି ପଞ୍ଜାବର ପଠାନକୋଟରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ। ଘଟଣାସ୍ଥଳରେଏବେ ଯାଞ୍ଚ ଟିମ୍ ପହଂଚି ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।