ପାଇକା ନଦୀ ପଠାରୁ ୪ ମଣିଷ ଖପୁରୀ ଜବତ, ତନ୍ତ୍ର ସାଧନା ସନ୍ଦେହ

ଜଗତସିଂହପୁର,ଏନ୍ଏନ୍ଏସ୍: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ପାଇକା ନଦୀ ପଠାରୁ ଆଜି ୪ଟି ମଣିଷ ଖପୁରୀ ଜବତ ହୋଇଛି। ତେବେ ଏହି ପଠାଟି କୃଷ୍ଣାନନ୍ଦପୁର ଫାଣ୍ଡିରୁ ଅନତୀ ଦୂରରେ ଥିବା ବେଳେ ସେଠାରେ ତନ୍ତ୍ର ସାଧନା କରାଯାଉଥିବା ସନ୍ଦେହ ହେଉଛି। ଏହି ପରିପ୍ରେକ୍ଷୀରେ ସେଠାରୁ ସିନ୍ଦୁର ଲଗିଥିବା କଳସ ଓ ପଇଡ ଜବତ ହୋଇଛି।

ଏ ନେଇ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ ଖପୁରୀ କିଏ, କାହଁକି ଏଠାକୁ ଆଣିଲା ସେ ସମ୍ପର୍କରେ ପୁଲିସ ଖୋଳତାଡ ଆରମ୍ଭ କରିଛି। ଗୁଣିଗାରେଡି କିମ୍ବା କୌଣସି ମାନସିକ ବିକୃତ ବ୍ୟକ୍ତି ଏହି କାର୍ୟ଼୍ୟ କରିଥିବା ପୁଲିସ ସନ୍ଦେହ କରୁଛି। ଏ ସମ୍ଫର୍କରେ ଫାଣ୍ଡଗ ଅଧିକାରୀ ଅନିରୁଦ୍ଧ ନାୟକଙ୍କୁ ପଚାରିବାରୁ ପୁଲିସ ତରଫରୁ ଖପୁରୀ ଜବତ ସହ ଅନୁସନ୍ଧାନ ଆରମ୍ଭ ହୋଇଛି। କିଛି ସୂଚନା ମିଳିଲେ ମାମଲା ରୁଜୁ ହେବ ବୋଲି କହିଛନ୍ତି।