କାର ଉପରେ ଚଢିଗଲା ଟ୍ରକ: ଗୋଟିଏ ପରିବାରର ୪ ଜଣଙ୍କର ଚାଲିଗଲା ଜୀବନ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ସଦର ଥାନା ବଡ଼ପଶି ନିକଟରେ ଟ୍ରକ କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୪ ମୃତ ଓ ଜଣେ ଗୁରୁତର । ଗୁରୁତର ବ୍ଯକ୍ତିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ସମସ୍ତେ ଗୋଟିଏ ପରିବାରର ବୋଲି ସୂଚନ ମିଳିଛି । କାଳୀପୂଜା ମିନା ବଜାର ୧ ବୁଲିବାକୁ ପିପିଳିଆରୁ କେନ୍ଦୁଝର କାରରେ ଆସୁଥିଲେ ।

ସମ୍ମୁଖରୁ ଏକ ଟ୍ରକ ସେମାନଙ୍କ ଉପରକୁ ଚଢି ଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ପୋଲିସ ପହଞ୍ଚି ଗୁରୁତରକୁ ଉଦ୍ଧାର କରିଡାକ୍ତର ଖାନାରେ ଭର୍ତ୍ତି କରିଛି।