ଜମ୍ମୁ-କଶ୍ମୀରର ପାହାଡ଼ୀ ସମ୍ପ୍ରଦାୟକୁ ମିଳିଲା ‘ଏସଟି’ ମାନ୍ୟତା

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସରକାର ସେଠାକାର ୧୨ ପ୍ରତିଶତ ପାହାଡ଼ୀ ସମ୍ପ୍ରଦାୟଙ୍କୁ ଏସଟିର ମାନ୍ୟତା ପ୍ରଦାନ କରିଛନ୍ତି । ୪୦ ବର୍ଷର ଏହି ଅପେକ୍ଷାର ଅନ୍ତ ଘଟିବା ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ନିଷ୍ପତ୍ତି ବଳରେ ଜମ୍ମୁ-କଶ୍ମୀରରେ ବିଜେପି ସରକାର ଗଠନ କରିବାର ସମ୍ଭାବନା ବଢ଼ିଯାଇଛି । ଅନ୍ୟପଟେ ଜମ୍ମୁ-କଶ୍ମୀରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ୫୦ ପ୍ଲସର ଲକ୍ଷ୍ୟ ରଖିଛି ।

ସୂଚନାଯୋଗ୍ୟ, ଗୃହମନ୍ତ୍ରୀ ଅମିତ ଶାହ ଗତ ଅକ୍ଟେବାର ୪ ତାରିଖରେ ପାହାଡ଼ୀ ସମ୍ପ୍ରଦାୟକୁ ଏସଟିରେ ସାମିଲ କରିବାକୁ ନେଇ ଘୋଷଣା କରିଥିଲେ ।