୪ ଜଣ ବିଡିଓ ଓ ଜଣେ ନିର୍ବାହୀ ଅଧିକାରୀଙ୍କ ଦରମା ବନ୍ଦ କଲେ ଉପଜିଲ୍ଲାପାଳ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ୪ ଜଣ ବିଡିଓ ଓ ଜଣେ ନିର୍ବାହୀ ଅଧିକାରୀଙ୍କ ଦରମା ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ବନ୍ଦ କରିଛନ୍ତି। ଜିଲ୍ଲାର ସମସ୍ତ ଭୋଟରମାନଙ୍କ ଥିବା ଲଜିକାଲ ଏରର୍ ସଂଶୋଧନ, ଡବଲ ଏଣ୍ଟ୍ରି, ଡିଏସଇ ଇତ୍ୟାଦି କାର୍ଯ୍ୟ କରିବା ପାଇଁ ଜିଲ୍ଲାର ୪ଟି ବ୍ଲକ୍ ଯଥା ମାଲକାନଗିରି, ଚିତ୍ରକୋଣ୍ଡା, କାଲିମେଳା ଓ କୋରୁକୋଣ୍ଡା ବିଡିଓଙ୍କ ସମେତ ମାଲକାନଗିରି ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଧିକାରୀମାନେ ଏହି ସମସ୍ତ କାର୍ଯ୍ୟ କରିବାରେ ଅକ୍ଷମ ହେବାରୁ ଆଜି ସେମାନଙ୍କ ଦରମା ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ବନ୍ଦ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ସେମାନଙ୍କୁ ଚଳିତ ମାସର ଦରମା ପ୍ରଦାନ ନ କରିବା ପାଇଁ ଶ୍ରୀ ପ୍ରଧାନ ଜିଲ୍ଲା ଟ୍ରେଜେରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।