କରୋନାରୁ ସୁସ୍ଥ ହେଲେ ଆଉ ୨୬୧୩ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ କରୋନାରୁ ୨୬୧୩ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନା ସୁସ୍ଥ ସଂଖ୍ୟା ୨ ଲକ୍ଷ ୬୨ ହଜାର ୩୧ରେ ପହଞ୍ଚିଛି।

ଏହି ମଧ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୩୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୨୮୧, ସୁନ୍ଦରଗଡ଼ରୁ ୨୨୮, ମୟୂରଭଞ୍ଜରୁ ୧୯୯, ଅନୁଗୁଳରୁ ୧୪୫, ବାଲେଶ୍ୱରରୁ ୧୦୬, ପୁରୀରୁ ୮୬, ସୋନପୁରରୁ ୮୫, କେନ୍ଦ୍ରାପଡ଼ାରୁ ୮୪, ଯାଜପୁରରୁ ୭୫, ନୂଆପଡ଼ାରୁ ୭୦, ବରଗଡ଼ରୁ ୬୯, ବଲାଙ୍ଗିରରୁ ୬୯, ଝାରସୁଗୁଡ଼ାରୁ ୬୭, କେନ୍ଦୁଝରରୁ ୬୬, ଭଦ୍ରକରୁ ୬୦, ଜଗତସିଂହପୁରରୁ ୫୫, ସମ୍ବଲପୁରରୁ ୫୪, ଢ଼େଙ୍କାନାଳରୁ ୪୯, କଳାହାଣ୍ଡିରୁ ୪୯, ବୌଦ୍ଧରୁ ୪୬, ଗଞ୍ଜାମରୁ ୪୨, ମାଲକାନଗିରିରୁ ୩୮, କନ୍ଧମାଳରୁ ୩୩, କୋରାପୁଟରୁ ୩୩, ନବରଙ୍ଗପୁରରୁ ୩୩, ନୟାଗଡ଼ରୁ ୩୦, ରାୟଗଡ଼ାରୁ ୨୭, ଗଜପତିରୁ ୧୪ ଏବଂ ଦେବଗଡ଼ରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି।

ଆଜି ରାଜ୍ୟରେ ୧୬୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୭୯ ହଜାର ୫୮୨ରେ ପହଞ୍ଚିଥିବା ବେଳେ ୧୨୨୯ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ୧୬ ହଜାର ୨୬୯ ଜଣ ଚିକିତ୍ସିତ ହେଉଛନ୍ତି।