କଟକ,ଏନ୍ଏନ୍ଏସ୍: ଜଗତପୁର ସତ୍ୟଭାମାପୁର ଠାରେ ଘଟିଥିବା ଏସବିଆଇର ଗ୍ରାହକ ସେବା କେନ୍ଦ୍ରରେ ଘଟିଥିବା ଡକାୟତି ଘଟଣାରେ ପୁଲିସକୁ ସଫଳତା। ୪ ଜଣ ଡକାୟତଙ୍କୁ ଗିରଫ କରିବା ସହ ଡକାୟତିରେ ବ୍ୟବହାର ବନ୍ଧୁକ ଓ ଖଣ୍ଡା ଜବତ କରିଛି ଜଗତପୁର ପୁଲିସ। ଲୁଟ ହୋଇଥିବା ଏକ ଲକ୍ଷ ଟଙ୍କାକୁ ମଧ୍ୟ ପୁଲିସ ଜବତ କରିଛି। ଗାଙ୍ଗର ମାଷ୍ଟରମାଇଣ୍ଡ ଥିଲେ ଗୋବିନ୍ଦପୁରର ଦୁଇ ଭାଇ ଦିପୁ ଓ ଲିପୁ।
ଗତ ମାସ ୪ ତାରିଖରେ ଏହି ଡକାୟତି ହୋଇଥିଲା। ଅପରାହ୍ନ ପ୍ରାୟ ୧୨ ବେଳେ ଅଭିଯୁକ୍ତ ମାନେ ଗ୍ରାହକ ସେବାକେନ୍ଦ୍ର ଭିତରକୁ ପଶି ଗୁଳି ଚାଳନା କରିବା ସହ ସମସ୍ତ କର୍ମଚାରୀଙ୍କୁ ବନ୍ଧକ ରଖି ଏକ ଲକ୍ଷ ୩୦ ହଜାର ଟଙ୍କା ଲୁଟ କରିଥିଲେ। ଏହି ଗାଙ୍ଗ ସାଲେପୁର ଓ ଟାଙ୍ଗୀ ଅଞ୍ଚଳରେ ଥିବା ଅନେକ ବ୍ୟାଙ୍କ ଡକାୟତିରେ ସାମିଲଥିବା ପୁଲିସ ପକ୍ଷରୁ କୁହାଯାଇଛି।