ପୁଲିସ ଚାକିରି ଦେବା ନାଁରେ ଦେଢ କୋଟି ଟଙ୍କା ଠକେଇ, ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁଲିସ ଚାକିରି ଦେବା ନାଁରେ ଦେଢ କୋଟି ଟଙ୍କା ଠକେଇ ଅଭିଯୋଗ। ଦୁଇ ଜଣ ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ୨ ଅଭିଯୁକ୍ତ ହେଲେ ବୈକୁଣ୍ଠନାଥ ନାୟକ ଓ ଭୀମସେନ ମହାରଣା। ପୁଲିସ ବିଭାଗର ମିଳିତ ପୁଲିସ ସେବା ବା ସିପିଏସିଇ ପରୀକ୍ଷାରେ ଚାକିରି କରେଇ ଦେବା ନାଁରେ ପକାଇଥିଲେ ଜାଲ। ଫେକ୍ ଆଇଡ଼ି କାର୍ଡ ଦେଖାଇ ଜନ୍ମାଉଥିଲେ ଆଶାୟୀ ମନରେ ବିଶ୍ବାସ । ପିଅନ, ଡ୍ରାଇଭର ଓ ମାଳିଙ୍କ ମାଧ୍ୟମରେ କରୁଥିଲେ ଶିକାର।

ଠକଙ୍କ ଟାର୍ଗେଟରେ ଥିଲେ ଭାୟାବସ ଟେଷ୍ଟ ଦେଇଥିବା ଆଶାୟୀ। ୬ ଲକ୍ଷ ଟଙ୍କା ଦେଲେ ଏସଆଇ, ସର୍ଜେଣ୍ଟ ଓ ସୁବେଦାର ଚାକିରୀ ପାଇଁ ମିଳୁଥିଲା ପ୍ରତିଶ୍ରୁତି। ଦୁଇଜଣ ନିଜକୁ ଗୃହ ବିଭାଗର ସେକ୍ସନ ଅଫିସର କହି ୩୮ ଜଣ ଚାକିରୀ ଆଶାୟୀଙ୍କ ଠାରୁ ପାଖାପାଖି ଦେଢ କୋଟି ଟଙ୍କା ଠକିଥିଲେ। ଆଉ ଦୁଇ ଫେରାର ଥିବାବେଳେ ୨ ଜଣ ନିକଟରୁ ୧୨ଟି ଏଟିଏମ କାର୍ଡ଼ ଓ ଜାଲ ପରିଚୟ ପତ୍ର ଜବତ କରିଛି ଇଓଡବ୍ଳୁ। କ୍ରାଇମବ୍ରାଞ୍ଚ ଇଓଡବ୍ଳୁରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ଟିମ।

ସୂଚନା ମୁତାବକ ଆଶାୟୀ ମାନେ ଦୁଇ ଠକଙ୍କ ବ୍ୟାଙ୍କ ଆକାଉଣ୍ଟକୁ କ୍ୟାସ୍ ଡିପୋଜିଟ୍ କରିଥିଲେ। ଫେରାର ଦୁଇଜଣ ଡ୍ରାଇଭର ବୋଲି ଜଣା ପଡିଛି। ପ୍ରକୃତରେ ଗୃହ ବିଭାଗରେ ବୈକଣ୍ଠନାଥ ନାମକ ଜଣେ ଲୋକ ଚାକିରି କରୁଛି। ଠକ ବୈକୁଣ୍ଠ କୌଶଳ କ୍ରେମ କାର୍ଡ ହାତେଇ ନିଜର ଫଟୋ ଲଗାଇ ଆଶାୟୀ ମାନଙ୍କୁ ଦେଖାଉଥିବା ତଦନ୍ତରୁ ଇଓଡବ୍ଳୁ ଜାଣିବାକୁ ପାଇଛି। ଠକ ବୈକୁଣ୍ଠନାଥ ନାୟକଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି ଇଓଡବ୍ଳୁ । ଫେରାର ଦୁଇ ଅଭିଯୁକ୍ତକୁ ଖୋଜୁଛି ଟିମ୍।