ବିନା ଅନୁମତିରେ ଶ୍ରୀମନ୍ଦିରରେ ପ୍ରବେଶ କରି ନିଲମ୍ବିତ ହେଲେ ୪ ଏଏନ୍ଏମ୍

ପୁରୀ,ଏନ୍ଏନ୍ଏସ୍: ଅନୁମତି ନନେଇ ପୁରୀ ଶ୍ରୀମନ୍ଦିରକୁ ପ୍ରବେଶ କରିବା ଅଭିଯୋଗରେ ୪ ଜଣ ଏଏନ୍‌ଏମ୍‌ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ସେଠାରେ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ଦାୟିତ୍ୱରେ ଥିବା ୪ ଏଏନ୍‌ଏମ୍‌ଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଆଜି ନିଲମ୍ବିତ କରିଛନ୍ତି। ତେବେ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ସେମାନଙ୍କ ନିକଟରେ କୌଣସି ଅନୁମତି ନ ଥିଲେ ବି ସେମାନେ ମନ୍ଦିର ଭିତରକୁ ଯାଇଥିଲେ। ଏ ଘଟଣା ଜଣାପଡ଼ିବା ପରେ ୪ ଜଣଙ୍କ ବିରୋଧରେ ସିଡିଏମ୍‌ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।