ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନୁଭବ-ବର୍ଷାଙ୍କ ମାମଲାରେ ଆଜି ଦୁହେଁ ରାଜ୍ୟ ମହିଳା କମିଶନରେ ହାଜର ହୋଇଛନ୍ତି। ସକାଳେ ବର୍ଷା ମହିଳା କମିଶନରେ ହାଜର ହେଇଥିଲେ। ତେବେ ସେଠାରୁ ଅନୁଭବ ଓ ତାଙ୍କ ବାପା ମାଆଙ୍କୁ କମିଶନରେ ହାଜର ହେବାକୁ ନୋଟିସ ହୋଇଥିଲା। ଏନେଇ ଅନୁଭବ ମଧ୍ୟ ମହିଳା କମିଶନରେ ହାଜର ହୋଇଛନ୍ତି। ସେଠାରେ ଅନୁଭବଙ୍କୁ ପଚରା ଉଚୁରା ଜାରି ରହିଛି।
ପାରିବାରିକ ବିବାଦକୁ ନେଇ ଡିସେମ୍ବର ୧୫ରେ ମହିଳା କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ। ଯାହାକୁ ନେଇ ଆଜି ପୁଣି ଅନୁଭବ ଏବଂ ତାଙ୍କ ବାପା, ମାଙ୍କୁ କମିଶନ କାର୍ଯ୍ୟାଳୟରେ ହାଜର ପାଇଁ ନୋଟିସ ହୋଇଥିଲା। ହେଲେ ଅନୁଭବଙ୍କ ବାପା ଓ ମାଆ ଏପର୍ଯ୍ୟନ୍ତ କମିଶନରେ ହାଜର ହୋଇନାହାନ୍ତି। ପୂର୍ବରୁ ମଧ୍ୟ ଏହି ମାମଲାରେ ଅନୁଭବଙ୍କୁ ମହିଳା କମିଶନରେ ହାଜର ହେବାକୁ ନୋଟିସ ହୋଇଥିଲେ ସୁଦ୍ଧା ସେ ଯାଇନଥିଲେ।