ମେଣ୍ଢା ଖାଇ ପୋଲ ଉପରେ ୩ ଫୁଟ ଉଚ୍ଚରେ ପାଣି, ଯାତାୟାତ ଠପ୍

ଟାଙ୍ଗୀ,ଏନ୍ଏନ୍ଏସ୍: ଦୁଇ ଦିନ ଧରି ଲଗୁଚାପ ଜନିତ ବର୍ଷା ହେବରୁ ସାରା ରାଜ୍ୟ ବେହାଲ ହୋଇଯାଇଛି। କଟକ ଜିଲ୍ଲା ଟାଙ୍ଗୀ ଭଟ୍ଟିମୁଣ୍ଡାର ମୁଖ୍ୟ ରାସ୍ତା ମେଣ୍ଢା ଖାଇ ପୋଲ ଉପରେ ୩ଫୁଟ ଉଚ୍ଚତାରେ ପାଣି ଚାଲୁଥିବା ଦେଖାଯାଇଛି। ଏନେଇ ଯାତାୟାତ ପ୍ରଭାବିତ ହୋଇଛି। ବହୁ କଷ୍ଟରେ ଉକ୍ତ ପୋଲ ଉପରେ ଚାରିଚକିଆ ଯାନ ଯାଉଥିବାବେଳେ ବାଇକ୍ ଓ ଛୋଟ ଚକ ଗାଡ଼ି ସେହି ପୋଲ ଦେଇ ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି।

ଏହି ରାସ୍ତା ଦେଇ ପ୍ରତିଦିନ ହାଜର ହଜାର ଲୋକ ଟାଙ୍ଗୀ, ଭଟ୍ଟିମୁଣ୍ଡା, ଜରିପଡା, ସଲେପୁର, କଟକ ଯିବା ଆସିବା କରିଥାନ୍ତି। ସେହିପରି ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀମାନେ ପାଠପଢ଼ିବାକୁ ଯାଇପାରୁ ନାହାନ୍ତି। ବର୍ଷ ବର୍ଷ ଧରି ଅଞ୍ଚଳବାସୀ ଏହି ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଅନ୍ୟପଟେ ଦେଢ଼ ବର୍ଷ ହେବ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଫଳକ ମାରି ଶିଳାନ୍ୟାସ କରିଥିଲେ ସୁଦ୍ଧା କୌଣସି କାମ ଆରମ୍ଭ ହୋଇନାହିିଁ ବୋଲି ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି।