ଝାରସୁଗୁଡ଼ାରୁ ୩୯୬ କରୋନା ସଂକ୍ରମିତ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୯୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁୂଡା ପୌରପରିଷଦ ଅଞ୍ଚଳରୁ ୮୯ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୨୬ଜଣ, ବ୍ରଜରାଜନଗର ପୌରପରିଷଦରୁ ୫୩ଜଣ, ଝାରସୁଗୁଡା ବ୍ଲକରୁ ୭୦ଜଣ, ଲଖନପୁର ବ୍ଲକରୁ ୬୮ଜଣ, ଲଇକେରା ବ୍ଲକରୁ ୩୬ଜଣ, କୋଲାବିରା ବ୍ଲକରୁ ୩୦ଜଣ, କିର୍ମିରା ବ୍ଲକରୁ ୧୮ଜଣ ରହିଥିବାବେଳେ ବାହାର ଜିଲ୍ଲାର ହସ୍ପିଟାଲରେ ୬ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଅନ୍ୟପଟେ ଝାରସୁଗୁଡାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାବେଳେ ସମସ୍ତେ ଗୃହ ସଙ୍ଗରୋଧରେ ଥିବା ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।
ପ୍ରକାଶଯୋଗ୍ୟ ଯେ, ଜିଲ୍ଲାରେ ଏପର୍ଯ୍ୟନ୍ତ ୧୨ହଜାର ୪ଶହ ୯୫ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯ ହଜାର ୫ଶହ ୭୫ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜିଲ୍ଲାରେ ୨ହଜାର ୮ଶହ ୯୨ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୮୨ହଜାର ୬ଶହ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି।