ରାଜଧାନୀରେ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ଅଧିକ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ରବିବାର ଭୁବନେଶ୍ୱରରେ ୩୯୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୬୦୪ଜଣ ସୁସ୍ଥ ହୋଇଛନ୍ତି। ଆଜି ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୨୪୦ରେ ପହଞ୍ଚିଛି।

ଏଥିମଧ୍ୟରୁ ୧୧୪୩୦ଜଣ ସୁସ୍ଥ ହୋଇଥିବାବେଳେ ୬୨ଜଣଙ୍କର ମୃତ୍ୟୁ ହୋଇଛି। ୪୭୩୫ଟି ଆକ୍ଟିଭ କେସ ରହିଛି। ଏନେଇ ଭୁବନେଶ୍ୱର ମହାନଗରନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୧୬ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୨୭୯ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି।