ନୂଆଦିଲ୍ଲୀ: ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ୩୯ଜଣ ନୂଆ ମନ୍ତ୍ରୀ ୨୦ ହଜାର କିଲୋମିଟର ଯାତ୍ରା କରିବେ। ଏହି ଯାତ୍ରା ଜରିଆରେ ମୋଦୀଙ୍କ ମନ୍ତ୍ରୀ ଜନତାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବେ। ୩ରୁ ୭ ଦିନ ହେବାକୁ ଥିବା ଏହି ଯାତ୍ରାରେ ମନ୍ତ୍ରୀମାନେ ନିଜ ସଂସଦୀୟ କ୍ଷେତ୍ରକୁ ଛାଡ଼ି ଆଉ ୩ଟି ସଂସଦୀୟ କ୍ଷେତ୍ରକୁ ଯାତ୍ରା କରିବେ। ଏନେଇ ବିଜେପି ରାଷ୍ଟ୍ରୀୟ ମହାସଚିବ ତରୁଣ ଚୁଗ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏହି ଯାତ୍ରାର ଯୋଜନା ନିଜେ ମୋଦୀ ପ୍ରସ୍ତୁତ କରିଛନ୍ତି। ଚଳିତ ମୌସୁମୀ ଅଧିବେସନର ପ୍ରଥମ ଦିନରେ ମୋଦୀ ନୂଆ ମନ୍ତ୍ରୀଙ୍କୁ ସଦନର ଅନ୍ୟ ସଦସ୍ୟଙ୍କ ସହ ପରିଚୟ କରିବାକୁ ଚାହୁଁଥିଲେ ମଧ୍ୟ ବିରୋଧୀଙ୍କ ହଙ୍ଗାମା ଯୋଗୁ ତାହା ହୋଇ ପାରିନଥିଲା। ସେଥିପାଇଁ ସେ ମନ୍ତ୍ରୀଙ୍କୁ ଯାତ୍ରାରେ ବାହାରିବାକୁ ଆଦେଶ ଦେଇଥିଲେ।