ନୂଆଦିଲ୍ଲୀ,ଏଜେନ୍ସି: ୩ଟି କୃଷି ବିଲକୁ ବିରୋଧ କରି ୧୦ ଦିନ ହେଲା ଦେଶରେ ଚାଷୀମାନେ ଆନ୍ଦୋଳନ କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ପଞ୍ଚମ ପର୍ଯ୍ୟାୟ ଆଲୋଚନା ମଧ୍ୟ ହୋଇଥିଲା। କିନ୍ତୁ କୃଷି ପ୍ରତିନିଧିମାନେ ସରକାରଙ୍କ ବିଲ ସଂଶୋଧନ ପ୍ରସ୍ତାବକୁ ନାମଞ୍ଜୁର କରିଛନ୍ତି।
ସୂଚନା ଅନୁସାରେ ଆଜିର ଆଲୋଚନାରେ ୪୦ ଜଣ କୃଷି ପ୍ରତିନିଧି, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ, ପଞ୍ଜାବ ରାଜ୍ୟ ଅର୍ଥମନ୍ତ୍ରୀ ସୋମ ପ୍ରକାଶ ସହିତ ଅନେକ କୃଷି ଅଧିକାରୀ ସାମିଲ ହୋଇଥିଲେ। ସେଠାରେ କୃଷି ବିଲ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ କେନ୍ଦ୍ର ସରକାର କୃଷି ବିଲରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଥିଲେ ହେଁ କୃଷି ପ୍ରତିନିଧି ଏହାକୁ ନାମଞ୍ଜୁର କରିବା ସହିତ ସମ୍ପୂର୍ଣ୍ଣ ବିଲକୁ ପ୍ରତ୍ୟାହାର କରିବାକୁ ଅଡି ବସିଥିଲେ। ଏଥିସହିତ କୃଷି ପ୍ରତିନିଧିମାନେ କହିଛନ୍ତି କି ଏ ସମ୍ପର୍କରେ ଆଗକୁ ଆଉ ଆଲୋଚନା ହେବନି ସରକାର କେବଳ ତାଙ୍କ ନିଷ୍ପତ୍ତିକୁ ଲିଖିତ ଆକାରରେ ଦେବେ।