ନବରଙ୍ଗପୁର, ଏନ୍ଏନ୍ଏସ୍: ଜିଲ୍ଲା ସଂସ୍କୃତି ଭବନରେ ଓଡ଼ିଶା ନାଟ୍ୟ ସଂଘର ୩୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଶିଷ୍ଟ ନାଟ୍ୟ ପ୍ରେମୀଙ୍କ ଦ୍ୱାରା ୧୯୮୮ ମସିହାରେ ଏହି ନାଟ୍ୟ ସଂସ୍ଥା ପ୍ରତିଷ୍ଠା ଲାଭ କରି ଆଜି ଓଡ଼ିଶାର ୧୬୦ଟି ନାଟକ ସଂସ୍ଥା ଏଥିରେ ଯୋଗ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଆବାହକ ନାଟ୍ୟକାର ଜଗନ୍ନାଥ ବେହେରାଙ୍କ ଆହାନକ୍ରମେ ବହୁ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ସଙ୍ଗୀତକାର ସହ କଳାକାରମାନେ ଯୋଗଦେଇ ନାଟକର ଅତୀତ ଆଉ ଭବିଷ୍ୟତ ଉପରେ ନିଜ ନିଜ ଅନୁଭୂତି ଓ ମତାମତ ସହ ପ୍ରସ୍ତାବ ଗୁଡ଼ିକ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଳ ଯୋଗଦେଇ ପୂର୍ବକ ସମାଜ ସଂସ୍କାର ପାଇଁ ନାଟକର ଆବଶ୍ୟକ ରହିଛି ଓ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥିରୂପେ ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଯୋଗଦେଇ ନାଟକ ଏକ କଳା ଯେଉଁଠି ଗୀତ, ନାଟକ, ସଂଳାପ ଥାଏ ଯାହାକୁ ଜଣେ କାଲ, ମୁକ ଓ ଦୃଷ୍ଟି ଶକ୍ତି ହରାଇଥିବା ବ୍ୟକ୍ତି ବି ଉପଭୋଗ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ଯୋଗଦେଇ ସରକାର ଆପଣଙ୍କ ପାଇଁ ଆପଣଙ୍କ ସାଥିରେ ଥିବା କଥା କହିଥିଲେ । ମୁଖ୍ୟବକ୍ତା ରୂପେ ଦିଲ୍ଲୀପ ହୋତା କଳା ଏକ ଭଗବାନ ଦତ୍ତ ଏବଂ ଏହା ସମାଜ ସେବା ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ । ଅନ୍ୟତମ ବକ୍ତାଭାବେ ଗୋକୁଳ ଖାଡ଼ଙ୍ଗା, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର ଓ ସହକାରୀ ଜିଲ୍ଲାପାଳ ବିନାୟକ ଖାଡ଼ଙ୍ଗା ଯୋଗଦେଇ ନାଟକ ଏକ କଳାକାରଙ୍କ ସମୁଷ୍ଟି ଏବଂ ଏହା ଅତୀତ ଇତିହାସ ୁ ଆଜିଯାଏଁ ସମାଜରେ ସମ୍ମାନର ସହିତ ଅଛି ବୋଲି କହିଥିଲେ । ମଞ୍ଚ ସାମ୍ନାରେ ବସିଥିବା ବରିଷ୍ଠ ନାଟ୍ୟକାର ପ୍ରକାଶ ସାମନ୍ତରାୟ, ବିଶିଷ୍ଟ ନାଟ୍ୟକାର ରଘୁନାଥ ଶତପଥୀ, ବରିଷ୍ଠ ବକ୍ତା ନିରଞ୍ଜନ ମିଶ୍ର, ଅଭିନେତା ବିଭୁଦତ ସେଠୀ, ସହିତ ପର୍ଶୁରାମ ସାହୁ, ସଞ୍ଜୀବ ସିଂ, ସୁରେଶ ମିଶ୍ର, ନିରଞ୍ଜନ ବିଶ୍ୱାଳ, ଦେବୀ ପ୍ରସାଦ ତ୍ରିପାଠୀ, ଚିଦା ପଟ୍ଟନାୟକ ଓ ଅନେକ କଳାକାର ନିଜ ନିଜ ଅନୁଭୂତିକୁ ମଞ୍ଚରେ ରଖିଥିଲେ । ସମ୍ମାନିତ ଅତିଥି ବାଲାଜୀ ସାହୁ ୧୧ କୋଟି ଟଙ୍କାରେ ନବରଙ୍ଗପୁର ସଦର ମହକୁମାଠାରେ ପାଇ ୨.୫୦ ଏକର ଜାଗାରେ ସମ୍ପୂର୍ଣ ଆଧୁନିକ ଢାଞ୍ଚାରେ ସହରର ମଧ୍ୟସ୍ଥଳରେ ଏକ ଭବ୍ୟ ଅଡିଟୋରିୟମ ନିର୍ମାଣ ହେବାକୁ ଯାଉଛି ବୋଲି କହିଥିଲେ । ଶେଷରେ ଜଗନ୍ନାଥ ବେହେରା ଧନ୍ୟବାଦ ଦେଇଥିଲେ ।