୩୬ କେଜି ଗଞ୍ଜେଇ ସହିତ ଜଣେ ଗିରଫ

କଟକ,ଏନ୍ଏନ୍ଏସ୍: ଆଜି ତ୍ରିଶୁଳିଆ ପେଟ୍ରୋଲ ପମ୍ପ ନିକଟରୁ ପୁଲିସ ପାଟ୍ରୋଲିଂ କରିବା ସମୟରେ ଏକ କାରରୁ ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଜବତ ଗଞ୍ଜେଇର ଓଜନ ପାଖାପାଖି ୩୬ କେଜି ବୋଲି ପୁଲିସ ସୂଚନା ଦେଇଛି। ଏଥିସହିତ ପୁଲିସ ଏକ ୱାଗନର କାର ଓ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଗିରଫ ଅଭିଯୁକ୍ତ ଜଣଙ୍କ ଉତ୍ତରପ୍ରଦେଶର ଧନିଗା ଅଞ୍ଚଳର ଅଜୟ କୁମାର(୨୨) ବୋଲି ଜଣାପଡ଼ିଛି।

ଏହି ଚଢ଼ଉରେ ଆଇଆଇସି ସୁଶାନ୍ତ କୁମାର ପାଢ଼ୀ, ଏସଆଇ ସଚିନ କୁମାର ବେହେରାଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ସାମିଲ ଥିଲେ।